ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଥିଲେ। ଦୁର୍ଘଟଣାରେ ରାୱତଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ଓ ସେନା ଯବାନ ଥିଲେ । ବିପିନ ରାୱତଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି ।
ଟ୍ୱିଟ କରି ମୋଦି କହିଛନ୍ତି, ‘ଭାରତର ପ୍ରଥମ ସିଡିଏସ ଭାବେ ଜେନେରାଲ ବିପିନ ରାୱତ ପ୍ରତିରକ୍ଷା ସହ ଆମର ସଶସ୍ତ୍ରବଳ ସହ ଜଡିତ ବିଭିନ୍ନ ଦିଗରେ କାମ କରିଛନ୍ତି । ସେ ନିଜ ସହ ସେନାରେ କାମ କରିବାକୁ ଏକ ସମୃଦ୍ଧ ଅନୁଭବ ନେଇ ଆସିଥିଲେ । ଭାରତ ତାଙ୍କର ଅସାଧାରଣ ସେବାକୁ କେବେ ଭୁଲିବନି ।
ମୋଦି ଆହୁରି କହିଛନ୍ତି ଜେନେରାଲ ରାୱତ ଜଣେ ଉତ୍କୃଷ୍ଟ ସୈନିକ ଥିଲେ। ସେ ଜଣେ ସଚ୍ଚୋଟ ଦେଶଭକ୍ତ । ସେ ଆମର ପ୍ରତିରକ୍ଷା ତନ୍ତ୍ରର ଆଧୁନିକୀକରଣରେ ଅନେକ ଯୋଗଦାନ କରିଛନ୍ତି । ସାମରିକ ମାମଲାରେ ତାଙ୍କର ଦୃଷ୍ଟିକୋଣ ଅସାଧାରଣ ଥିଲା ବୋଲି ମୋଦି କହିଛନ୍ତି । ତାଙ୍କ ଦେହାନ୍ତରେ ସେ ଗଭୀର ମର୍ମାହତ ।
Gen Bipin Rawat was an outstanding soldier. A true patriot, he greatly contributed to modernising our armed forces and security apparatus. His insights and perspectives on strategic matters were exceptional. His passing away has saddened me deeply. Om Shanti. pic.twitter.com/YOuQvFT7Et
— Narendra Modi (@narendramodi) December 8, 2021