ଓଡ଼ିଶାପାଣିପାଗସ୍ୱତନ୍ତ୍ର

ହୀରାକୁଦରେ ପ୍ରଥମ ବନ୍ୟାଜଳ ନିସ୍କାସନ ନେଇ ହୋଇପାରେ ନିଷ୍ପତ୍ତି

ସମ୍ବଲପୁର : ରାଜ୍ୟରେ ମୌସୁମୀ ପ୍ରବେଶ କରିବାର ମାସକ ପରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଥିଲା , ଯେଉଥିପାଇଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉନଥିଲା । କିନ୍ତୁ କିଛିଦିନ ହେବ ଲଘୁଚାପଜନିତ ବର୍ଷା ଯୋଗୁଁ ଶୁକ୍ରବାରଠାରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି ।ଇନ୍‌ଫ୍ଲୋ ୨ ଲକ୍ଷ କ୍ୟୁସେକ ଅତିକ୍ରମ କରିଛି । ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର ୭୭୯ କ୍ୟୁସେକ ଜଳ ପ୍ରବେଶ କରିଛି ।

ସେପଟେ , ଜଳସ୍ତର ୬୦୪.୯୫ ଫୁଟ୍‌ରେ ପହଞ୍ଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ ଯାଏ ପହଞ୍ଚିବ । ଏନେଇ  କର୍ତ୍ତୃପକ୍ଷ ଆକଳନ କରିଛନ୍ତି । ଫଳରେ ଶନିବାର ପୂର୍ବାହ୍ନରେ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button