Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର
ବଟି ନଦେବାରୁ ଟ୍ରକ ଡାଇଭରଙ୍କୁ ଗୁଳିମାଡ

ରାୟଗଡ଼ା: ବଟି ନଦେବାରୁ ରାସ୍ତାରେ ଅଟକାଇ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି ପାଞ୍ଚ ଛଅ ଜଣ ଦୁର୍ବୁତ୍ତ । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଟିକିରି ଥାନା କାଳିଆପଡ଼ା ଅଞ୍ଚଳରେ । ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ସମସ୍ତ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଗୁଳିମାଡ଼ରେ ଆହତ ଡ୍ରାଇଭରଙ୍କୁ ନେଇ ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାରେ ଗୁଳିମାଡ କରିଥିବା ଦୁର୍ବତ୍ତମାନଙ୍କୁ ଖୋଜା ଖୋଜି କରିବା ଆରମ୍ଭ କରିଛି ।