ଅପରାଧଆଇନ କାନୁନଓଡ଼ିଶା

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ସୁନ୍ଦରଗଡ଼ : ପାରିବାରିକ କଳହର କରୁଣ ପରିଣତି । ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମରେ । ମୃତକ ହେଲେ ବାଡି କୁମାର । ଘରୋଇ କଳହକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମର ବିଶୁ କୁମାର ଏବଂ ବାଡି କୁମାର ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ଧୀରେଧୀରେ ଭୟଙ୍କର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଏକ ଟାଙ୍ଗିଆ ସାହାଯ୍ୟରେ ସାନ ଭାଇକୁ ହତ୍ୟା କରିଥିଲା। ଏହାପରେ ସେଠାରୁ ଫେରାର୍ ହେବା ବେଳେ ଗ୍ରାମବାସୀମାନେ ବିଶୁ କୁମାରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇ ବିଶୁ କୁମାରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

 

Show More

Related Articles

Back to top button