ଦୁର୍ଘଟଣାଦେଶ ବିଦେଶ

କାବୁଲରେ ବଡଧରଣର ବିସ୍ପୋରଣ,୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ

କାବୁଲରେ ବଡ ଧରଣର ବିସ୍ଫୋରଣ । କାବୁଲ ସହରର ପିଡି-୧୭ ନାମକ ସ୍ଥାନରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କାବୁଲ ସୁରକ୍ଷା ବଳର ପ୍ରବକ୍ତା

କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଘଟଣାସ୍ଥଳରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ପହଞ୍ଚିଥିବାର ମଧ୍ୟ ସୂଚନା ମିଳିଛି । ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଯଥେଷ୍ଟ ରହିଛି । ତେବେ ନିର୍ଦ୍ଦିଷ୍ଟ କେତେ ମୃତାହତ ହୋଇଛନ୍ତି ସେ ନେଇ ସରକାରୀ ଭାବେ କିଛି ପ୍ରକାଶ କରାଯାଇନାହିଁ ।

Show More

Related Articles

Back to top button