
ସାମ୍ନାକୁ ଆସିଲା ଏକ ଐତିହାସିକ ଫିଲ୍ମ ‘ଶାକୁନ୍ତଳମ’ର ଫାଷ୍ଟ ଲୁକ୍ । ଏଥିରେ ଲିଡ ରୋଲରେ ନଜର ଆସିବେ ସାଉଥର ସୁପର ହିଟ୍ ନାୟିକା ସାମନ୍ଥା ରୁଥ ପ୍ରଭୁ । ସେହିପରି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ବ୍ଲକବଷ୍ଟର ଅଭିନେତା ଅଲ୍ଲୁ ଅର୍ଜୁଙ୍କ ଝିଅ ।
କାଳିଦାସଙ୍କ ପୌରାଣିକ କାହାଣୀ ‘ଶକୁନ୍ତଳମ’ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଏଥିରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହି କାଳ୍ପନିକ କାହାଣୀର ନୂଆ ସଂସ୍କରଣ ନିର୍ମାଣ କରାଯାଉଛି । ସାମନ୍ଥା ଏହି ପୌରାଣିକ ଡ୍ରାମରେ ରାଜକୁମାରୀ ଶକୁନ୍ତଳା ଭୂମିକାରେ ନଜର ଆସିବେ । ସେହିପରି ସାମନ୍ଥାଙ୍କ ଅପୋଜିଟରେ ଆକ୍ଟର ଦେବ ମୋହନ ଦୁଷ୍ମନ୍ତ ଭୂମିକାରେ ନଜର ଆସିବେ ।
ଅନ୍ୟପଟେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଅରହା ରାଜକୁମାରୀ ଭରତଙ୍କ ଭୂମିକାରେ ନଜର ଆସିବେ ।ଏହି ଫିଲ୍ମର ନିର୍ମାଣ ଗତବର୍ଷ ଫେବୃୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା ଏବେ ଏହା ସମ୍ପୂର୍ଣ୍ଣ ହୋଇଛି । ଫିଲ୍ମଟି ଚଳିତ ବର୍ଷ ୪ ନଭେମ୍ବର ୨୦୨୨ରେ ରିଲିଜ ହେବ ।