
ଭୁବନେଶ୍ୱର: ମୁଜାଫୁରନଗରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଢେଇ ବର୍ଷର ଝିଅକୁ ବଳି ଦେଇଛି ଜନ୍ମକଲା ବାପା । ଘରେ ଆର୍ଥିକ ଅନଟନ ଲାଗି ରହୁଥିବାରୁ ଜଣେ ତାନ୍ତ୍ରିକ କଥାରେ ଏଭଳି କାଣ୍ଠ ଘଟାଇଛି ବାପା ( ଖୁର୍ସିଦ) ।
ଘର ସମସ୍ୟାଦୂର ପାଇଁ ଖୁର୍ସିଦ ଜଣେ ତାନ୍ତ୍ରିକର ପରାମର୍ଶ ନେଇଥିଲା । ତା କହିବା ମୁତାବକ ନିଜ ଝିଅକୁ ଅତି ନିର୍ଦ୍ଦୟ ଭାବେ କୋଦାଳରେ ବେକ କାଟି ହତ୍ୟା କଲା ଖୁର୍ସିଦ । ହତ୍ୟା କରିବା ପରେ ଭୟରେ ତା ଶବକୁ ମାଟିରେ ପୋତିଦେଇଥିଲା । ମା ଝିଅକୁ ଚାରିଆଡେ ଖୋଜି ଖୋଜି ନ ପାଇବାରୁ ତାର ଖୁର୍ସିଦ ଉପରେ ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବାରୁ ଘଟଣା ସାମନାକୁ ଆସଥିଲା ।ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି କିନ୍ତୁ ତାନ୍ତ୍ରିକ ଏବେ ବି ଫେରାର ଅଛି ।