Breaking PLUSଦେଶମୁଖ୍ୟ ଖବରରାଜନୀତି
ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ, ଜୁନ ୩ରେ ପ୍ରକାଶ ପାଇବ ଫଳାଫଳ

ଭୁବନେଶ୍ୱର: ଆଜି ସକାଳ ୭ଟାରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ଭୋଟ । ତେବେ ଆଜି ମତଦାନ ସମୟରେ ଜନସାଧାରଣ ଶାନ୍ତି ବଜାୟ ରଖିଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ମୋଟ ୬୯ ପ୍ରତିଶତ ମତଦାନ ହୋଇଛି । ୧୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟଫଳ ଜୁନ ୩ ତାରିଖରେ ପ୍ରକାଶ ପାଇବ ।ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏକ ହଜାରରୁ ଅଧିକ ପୋଲିଂ ଅଫିସର ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ଏଥିସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୧ ହଜାର ପୋଲିସ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋସ ନିୟୋଜିତ ହୋଇଥିଲେ । ତେବେ ଲଖନପୁର ବ୍ଲକର କିଛି ଭୋଟର ମତଦାନରୁ ବିରତ ରହିଥିବା କୁହାଯାଉଛି ।ସୂଚନାଯୋଗ୍ୟ କି, ଗତବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ କରାଇଥିଲେ ନିର୍ବାଚନ ଆୟୋଗ ।