
ପୁଣି ଭାରତକୁ ପ୍ରଶଂସା କଲେ ରୁଷିଆର ବୈଦେଶିକ ମନ୍ତ୍ରୀ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପୁଣିଥରେ ସମର୍ଥନ କରିଛନ୍ତି ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ । ଏଥି ସହିତ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗରେ ପରିଷଦରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମଧ୍ୟ କହିଛନ୍ତି ।
ସୂଚନା ଅନୁଯାୟୀ, ଡିସେମ୍ବର ୭ରେ ମସ୍କୋରେ ଥିବା ପ୍ରାଇମାକୋଭ ରିଡିଂ ଇଣ୍ଟରନ୍ୟାଶନାଲ ଫୋରମରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଲାଭ୍ରୋଭ କହିଛନ୍ତି, ‘ମୁଁ ଭାବୁଛି ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଭାରତ ବର୍ତ୍ତମାନ ଏକ ଅଗ୍ରଣୀ ଦେଶ ଅଟେ। ଏହାର ଜନସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ ହେବ। ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନରେ ଭାରତର କୂଟନୈତିକ ଅଭିଜ୍ଞତା ରହିଥିବା ସେ କହିଛନ୍ତି।