ଆସିପାରେ କରୋନାର ଚତୁର୍ଥ ଲହରୀ
ବିଶେଷଜ୍ଞମାନଙ୍କ କହିବା ଅନୁସାରେ ରାଜ୍ୟକୁ ଆସିପାରେ କରୋନା ଭାଇରସର ଚତୁର୍ଥ ଲହରୀ ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ ରାଜ୍ୟକୁ ଆସିପାରେ କରୋନା ଭାଇରସର ଚତୁର୍ଥ ଲହରୀ । ଦେଶରେ ଓମିକ୍ରନର ଆତଙ୍କ ହ୍ରାସ ପାଇଥିବା ବେଳେ କରୋନାର ଚତୁର୍ଥ ଲହରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜୁନ ୨୨ ବେଳକୁ ଦେଶରେ କରୋନାର ଚତୁର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ଏହା କେତେ ଗୁରୁତର ହେବ ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଚତୁର୍ଥ ଲହର ଅତି କମରେ ୪ ମାସ ଧରି ଲାଗି ରହିବ । ଅଗଷ୍ଟ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ଏହା ପିକ୍ରେ ରହିବ । ଏହାପରେ କରୋନା କମିବ ବୋଲି କୁହାଯାଉଛି । ଗବେଷକମାନେ କହିଛନ୍ତି ଯେ, କରୋନା ଆରମ୍ଭ ହେବାର ୯୩୬ ଦିନ ପରେ ଚତୁର୍ଥ ଲହର ଆସିବ । ୨୨ ଜୁନରୁ ଏହା ଆରମ୍ଭ ହୋଇପାରେ । ପିକ୍ରେ ପହଁଚିବା ପରେ ଅକ୍ଟୋବର ୨୪ରେ ଏହା ଶେଷ ହେବାର ସମ୍ଭାବନା ରହିଛି । ଏହାମଧ୍ୟରେ ଅନ୍ୟ ଦେଶରେ ମଧ୍ୟ ଚତୁର୍ଥ ଲହର ଆସିପାରେ ବୋଲି ସେମାନେ କହିଛନ୍ତି । ଚତୁର୍ଥ ଲହର ଯଦି ଆସୁଛି ତେବେ ପୁଣି ସ୍କୁଲ୍ ବନ୍ଦ ହୋଇପାରେ ଏବଂ ପିଲାମାନଙ୍କ ପାଠପଢାରେ ଅସୁବିଧା ଉପୁଜିପାରେ ।