ଓଡ଼ିଶାସ୍ୱତନ୍ତ୍ର

ନୂଆ ଯୋଜନା ଆଣୁଛନ୍ତି ସରକାର,ଖୁବଶୀଘ୍ର ଓଡିଶାରେ ଆରମ୍ଭ ହେବ ‘ଛତୁ ମିଶନ’

ଖୁବଶୀଘ୍ର ଓଡିଶାବାସୀଙ୍କ ପାଇଁ ନୂଆ ଯୋଜନା ଆଣୁଛନ୍ତି ସରକାର । ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ଆରମ୍ଭ ହେବ ‘ଛତୁ ମିଶନ’ । ପାଳ ଛତୁ ଉତ୍ପାଦନରେ ରାଜ୍ୟ ଏବେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ବୋତାମ ଛତୁ କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା କରିଛନ୍ତି ଚାଷୀ । ତେବେ ଛତୁ ଚାଷକୁ ପ୍ରୋତ୍ସାହନ ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଇ ପାରିବ ଏ ନେଇ ସରକାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଛି ପଲିସୀ ।

ଛତୁ ଉତ୍ପାଦନ କେବଳ ଚାଷୀଙ୍କ କ୍ଷେତ୍ରରେ ସୀମିତ ରହିଥିବା ବେଳେ ଆଗକୁ କିପରି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏଥିରେ ସାମିଲ ହୋଇ ପାରିବେ ଏହା ଉପରେ ଗୁରୁତ୍ୱ ଦିଆଯିବ । ଏଥିସହିତ ଛତୁ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସବସିଡି ବ୍ୟବସ୍ଥା ଲାଗୁ କରି ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରଖିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ବାର୍ଷିକ ପାଖାପାଖି ୩୫ ହଜାର ଟନ୍ ଛତୁ ଉତ୍ପାଦିତ ହେଉଥିବା ବେଳେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳଭଣ୍ଡାର ନଥିବାରୁ ଜନସାଧାରଣ ସତେଜ ଛତୁ ପାଇ ପାରୁନାହାନ୍ତି । ତେଣୁ ଏହି ପ୍ରସ୍ତାବ ଉପରେ କୃଷି ବିଭାଗ ପକ୍ଷରୁ ବିଚାର କରାଯାଉଛି । ଛତୁ ମିଶନ ବାବଦକୁ ପ୍ରାରମ୍ଭିକ ସ୍ତରରେ ଶହେ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ନିଷ୍ପତ୍ତି ହୋଇଛି ।

 

Show More

Related Articles

Back to top button