Breaking PLUSଓଡ଼ିଶାମୁଖ୍ୟ ଖବର
ଖଲ୍ଲିକୋଟ ହତ୍ୟା ପଛରେ ରାଣୀଙ୍କ ପୁତୁରାର ହାତ !

ଖଲ୍ଲିକୋଟ- ଖଲ୍ଲିକୋଟ ରାଜନୈତିକ ହତ୍ୟାକାଣ୍ଡ ପଛରେ ରହିଛି ଦିବଂଗତ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରାର ହାତ । । ଏଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେପି କର୍ମୀ ତଥା ନେତା । ବିଜେପି ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା ଅନୁସାରେ ଗତକାଲି ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା । ଆଉ ସେଠାରୁ ହିଂସାକାଣ୍ଡ ଲାଗି ଯୋଜନା ହୋଇଥିଲା । ଭୋଜି ଭାତ ଖାଇ ସାରିବା ପରେ ସେଠାରୁ ଆସି ବିଜେପି କର୍ମୀଙ୍କ ଉପରେ ଆକମ୍ରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି ।