ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ଗରମ

ଭୁବନେଶ୍ୱର : ଶରତ ଋତୁରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବଢ଼ୁଛି ତାତି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗରମ ଜାରି ରହିବା ସହ ଗୁଳୁଗୁଳି ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ମୌସୁମୀ ସକ୍ରିୟ ହେବା ନେଇ ଆକଳନ କରଯାଉଛି। ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏଁ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି। ୬ ଜିଲ୍ଲାରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ରାଜ୍ୟର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ପାଣିପାଗ ବିଭାଗ କହିଛି। ବୁଧବାର ୩୭.୨ ଡିଗ୍ରୀ ସହ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥିଲା ରାଜ୍ୟର ସବୁଠୁ ଉତପ୍ତ ସହର। ସେହିପରି ସମ୍ବଲପୁରରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଅନୁଗୁଳରେ ପାରଦ ଥିଲା ୩୬.୧ ଡିଗ୍ରୀ। ଉଚ୍ଚ ଆର୍ଦ୍ରତା ଯୋଗୁ ଦିନର ତାପମାତ୍ର ଅଧିକ ରହୁଛି। ଏଥିସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।