ଦେଶରାଜନୀତି

ଆଜିଠୁ ଆରମ୍ଭ ହୋଇଯାଇଛି ହିମାଚଳ ପ୍ରଦେଶର ନିର୍ବାଚନ ଭୋଟ ଗ୍ରହଣ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହୋଇଯାଇଛି ହିମାଚଳ ପ୍ରଦେଶର ନିର୍ବାଚନ ଭୋଟ ଗ୍ରହଣ ପ୍ରକ୍ରିୟା । ଆଜି ସକାଳ ୮ରୁ ଆରମ୍ଭ ହୋଇସାରିଛି ଭୋଟିଂ । ଏହି ଭୋଟିଂ ପ୍ରକ୍ରିୟା ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭୋଟରମାନେ ୬୮ଟି ବିଧାନସଭା ସିଟ ପାଇଁ ମତଦାନ କରିବେ ।

ତେଣୁ ଏଥର ପ୍ରଦେଶରେ ୫୫,୯୨,୮୨୮ ମତଦାତା ୪୧୨ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୧୨ଜଣଙ୍କ ମଧ୍ୟରୁ ୨୪ଜଣ ମହିଳା ପାର୍ଥୀ ମଧ୍ୟ ଅଛନ୍ତି । ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇବ ।

ହିମାଚଳପ୍ରଦେଶରେ ପୁରୁଷ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ଅଛି । ଏଥିରେ ୨୮୫୪୯୪୪୫ ମହିଳା ଥିବାବେଳେ ୨୭୩୭୮୪୫ ପୁରୁଷ ସହ ୩୮ଟି ତୃତୀୟ ଲିଙ୍ଗି ଅଛନ୍ତି । ତେବେ ମତଦାନ ପାଇଁ ପ୍ରଥମେ ହମିରପୁର ଜିଲ୍ଲାର ସମିରପୁର ବିଧାନସଭା ସ୍ଥିତ ଭୋରଜ ଠାରେ ୩୬ଟି ମତଦାନ କେନ୍ଦ୍ର ପୋଲିଂ କରାଯାଇଛି ।

ସେହିପରି ମଣ୍ଡିଜିଲ୍ଲାର ସିରାଜ ବିଧାନସଭା ପାଇଁ ୪୪ଟି ମତଦାନ କେନ୍ଦ୍ର ପୋଲିଂ କରାଯାଇଛି ।ଏହାଛଡା ମତଦାନ ପାଇଁ ଭୋଟକେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ଏଥିପାଇଁ ୧୧୮୮୦ ଜଣ ପୁଲିସ କର୍ମଚାରୀଙ୍କ ସହ ୮୩୮୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ।

 

Show More

Related Articles

Back to top button