ଦେଶ ପାଇଁ ଯୋଗଦାନର ସମ୍ମାନ ଭାରତ ରତ୍ନ- ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଇ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଓ ଚୌଧୁରୀ ଚରଣ ସିଂହ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଓ କୃଷି ବୈଜ୍ଞାନିକ ଡ.ଏମ.ଏସ ସ୍ୱାମୀନାଥନଙ୍କୁ ଆଜି ରାଷ୍ଟ୍ରପତି ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନିତ କରିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ଏହି ଦିବଂଗତ ନେତାମାନେ ଦେଶ ପାଇଁ କରିଥିବା ଯୋଗଦାନ ପ୍ରତି ଭାରତୀୟ ସ୍ୱୀକାର କରନ୍ତି । ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ଗର୍ବର ବିଷୟ ଅଟେ ।
ପିଏମ ମୋଦି ଏକ୍ସ ପୋଷ୍ଟରେ ପିଭି ନରସିଂହା ରାଓଙ୍କ ପ୍ରଂଶସା କରିଛନ୍ତି । ସେ କହିଛନ୍ତି, ପିଭି ନରସିଂହା ରାଓ ଦେଶର ପ୍ରଗତି ଓ ଆଧୁନିକିକରଣକୁ ଆଗକୁ ନେବାରେ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କୁ ଜଣେ ସମ୍ମାନିତ ବିଦ୍ୱାନ ଓ ବିଚାରକ ଭାବେ ଗ୍ରହଣ କରାଯାଇଥାଏ । ତାଙ୍କ ଯୋଗଦାନ ସର୍ବଦା ମନେ ପକାଯିବ ।
ଅନ୍ୟ ଏକ ପୋଷ୍ଟରେ ସେ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେଶର ବିକାଶ, ବିଶେଷ କରି କୃଷି ଓ ଗ୍ରାମିଶ ବିକାଶରେ ତାଙ୍କ ଅତୁଳନୀୟ ଯୋଗଦାନର ସମ୍ମାନ ଅଟେ ବୋଲି ପିଏମ ମୋଦି କହିଛନ୍ତି ।
ଡକ୍ଟର ଏମ.ଏସ ସ୍ୱାମୀନାଥମଙ୍କ ଯୋଗଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, କୃଷି ଜଗତର ଜଣେ ସମ୍ମାନିତ ବ୍ୟକ୍ତିଙ୍କୁ ଅନୁବଂଶିକ ଓ କୃଷି ବିଜ୍ଞାନ କ୍ଷେତ୍ରରେ ଅନେକ ଅଗ୍ରଣୀ କାର୍ଯ୍ୟ ଓ ଅନୁସନ୍ଧାନ ପାଇଁ ବ୍ୟାପକ ଭାବେ ପ୍ରଂଶସା ହାସଲ କରିଛନ୍ତି ।ତାଙ୍କର ପ୍ରୟାସ ଭାରତକୁ ଖାଦ୍ୟ ଉତ୍ପାଦନରେ ସଂଘର୍ଷରୁ ଆତ୍ମନିର୍ଭରତାକୁ ପ୍ରେରିତ କରିଛି । ବିହାର ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ଉପରେ ପିଏମ ମୋଦି ନିଜ ପୋଷ୍ଟରେ କହିଛନ୍ତି ଯେ, ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ସାମାଜିକ ନ୍ୟାୟ ଓ ସମାନତା ପାଇଁ ସମର୍ପିତ କରିଦେଇଥିଲେ । ଜନନାୟକ ସମାଜର ଅତ୍ୟନ୍ତ ପଛୁଆବର୍ଗର ଭଗବାନ ଭାବେ ଜଣାଶୁଣା ।