
ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପ୍ରବଳ ଖରା ସହିତ ଗରମ ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଘରୁ ବାହାରିବା ଅସମ୍ଭବ ହୋଇ ପଡିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ପୁଣି ଦୁଇଦିନ ଏହିପରି ଗ୍ରୀଷ୍ମ ପ୍ରବାହ ଲାଗିରହିବା ସହ ୧ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେହିପରି ଆଜି ୪୦ ଡିଗ୍ରୀ ଉପରେ ୨୫ଟି ସହର ରହିଥିବାବେଳେ ୪୪ ଡିଗ୍ରୀ ଉପରେ ରହିଥିଲା ୫ଟି ସହର । ୯ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ରହିଛି। ଗତକାଲି ପରି ଆଜି ମଧ୍ୟ ବୌଦ୍ଧ ଜିଲ୍ଲା ୪୫ ଡିଗ୍ରୀ ତାପମାତ୍ରା ଥାଇ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।
ଅନୁଗୁଳରେ ୪୪.୭, ଦେବଗଡରେ ୪୪.୬, ତାଳଚେରରେ ୪୪.୫ ଏବଂ ବଲାଙ୍ଗିରରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି।ସେହିପରି ଟିଟିଲାଗଡରେ ୪୩.୮, ସୋନପୁରରେ ୪୩.୬, ଝାରସୁଗୁଡାରେ ୪୩.୪ ଏବଂ ସୁନ୍ଦରଗଡରେ ପାରଦ ୪୩ ଡିଗ୍ରୀ ରହିଛି। ଟ୍ଵିନ ସିଟିରେ ଆଜି ପାରଦ ୪୦ ଉପରେ ରହିଛି। କଟକରେ ତାପମାତ୍ରା ୪୦.୧ ଏବଂ ଭୁବନେଶ୍ଵରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।