ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପତି ପତ୍ନୀ

ପାରିବାରିକ ଅଶାନ୍ତିକୁ ନେଇ ଏପରି ଘଟିଥିବା ଅନୁମାନ କରାଯାଉଛି

ବାଲେଶ୍ୱର : ଚାନ୍ଦିପୁର ଥାନା ଅନ୍ତର୍ଗତ ରଣ ସାହି ପଞ୍ଚାୟତ ଝଗଡ ପାଢ଼ୀ ଗାଁ ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ ନେଇ ବନ୍ଦ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପତି ପତ୍ନୀ । ଘଟଣାପରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଚାନ୍ଦିପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ପାରିବାରିକ ଅଶାନ୍ତିକୁ ନେଇ ଏପରି ଘଟିଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହି ଗାଁ ର ବିଶେଷ ରଞ୍ଜନ ପତି ଓ ମହିଳା ଜଣଙ୍କ ତାଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ଜଣା ପଡିଛି ।

Show More

Related Articles

Back to top button