ଅପରାଧଆଇନ କାନୁନଓଡ଼ିଶା

ସନ୍ଦେହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା । ସାମାନ୍ୟ ସନ୍ଦେହ ପାଇଁ ବଳି ପଡୁଛି ସମ୍ପର୍କ । ତେବେ ରାଇରଙ୍ଗପୁରରୁ ଏହି ସନ୍ଦେହକୁ ନେଇ ଆସିଛି ଏକ ଅଭାବନୀୟ ଘଟଣା । ସନ୍ଦେହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୂଚନା ଅନୁସାରେ, ସ୍ତ୍ରୀକୁ ସନ୍ଦେହ କରି କୁରାଢୀରେ ହାଣି ହତ୍ୟା କରିଛି ସ୍ୱାମୀ । ତିରିଂ ଥାନା ଅନ୍ତର୍ଗତ ଡଲାଯୋଡି ଗାଁରେ ସ୍ତ୍ରୀ ଚରିତ୍ରକୁ ନେଇ ସନ୍ଦେହ ଉପୁଜିବାରୁ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ପ୍ରଥମେ ପତ୍ନୀଙ୍କୁ ଏକ କାଠଫାଳିଆରେ ପିଟିପିଟି ଦରମରା କରିବା ପରେ କୁରାଢୀରେ ହାଣି ହତ୍ୟା କରିଥିବା ଜଣାପଡିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ଏହା ସହ ହତ୍ୟାରେ ବ୍ୟବହୃତ କୁରାଢୀ ଏବଂ ଅନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

 

Show More

Related Articles

Back to top button