
ମୁମ୍ବାଇ: ଆସିଲା ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ। ଦ୍ରୁତ ଗତିରେ ଗାଡ଼ି ଚାଳନା ହିଁ ତାଙ୍କ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ସାଇରସ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। କାରଟି ଅଧିକ ଦ୍ରୁତଗତିରେ ଯାଇଥିବା କାରଣରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏନେଇ ମହାରାଷ୍ଟ୍ର ପାଲଘର ଏସ୍ପି ବାଲାସାହେବ ପାଟିଲ କହିଛନ୍ତି ତଦନ୍ତ ଜାରି ରହିଛି। ପ୍ରାଥମିକ ଟେକ୍ନିକାଲ ରିପୋର୍ଟ ଅନୁସାରେ, କାର୍ ଦ୍ରୁତ ଗତିରେ ଚଲାଉଥିଲେ ବୋଲି ସୂଚନା ମିଳିଛି। ସେହି ସମୟରେ କାର ଗତି ପ୍ରାୟ ଘଣ୍ଟା ପ୍ରତି ୧୦୦ ପାଖାପାଖି ଥିବ। ବେଳେ ଦୁର୍ଘଟଣା ସମୟରେ ଏହା ୮୯ ଥିଲା। ସେପ୍ଟେମ୍ବର ୪ରେ ପାଲଘରଠାରେ ସାଇରସ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ମିସ୍ତ୍ରୀଙ୍କ ମର୍ସିଡିଜ୍ କାର୍ ରୋଡ୍ ଡିଭାଇଡର୍ ସହ ଧକ୍କା ହୋଇଥିଲା। କାରରେ ସମୁଦାୟ ଚାରି ଜଣ ଥିଲେ। ଏହି ଦୁର୍ଘଟଣାରେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।