Breaking PLUSପୂଜା ପାର୍ବଣଭକ୍ତିମୁଖ୍ୟ ଖବର
ସୁନାରେ ଚମକିଲା କାଶୀ ବିଶ୍ୱନାଥ ମନ୍ଦିର
ଉତ୍ତରପ୍ରଦେଶ: ସୁନାରେ ଚମକିଲା କାଶୀ ବିଶ୍ୱନାଥ ଧାମ ।ବାବା ବିଶ୍ୱନାଥ ମନ୍ଦିର ଏବେ ସ୍ୱର୍ଣ୍ଣ ମଣ୍ଡିତ ଦରବାରରେ ରୂପାନ୍ତରିତ ହୋଇଛି ।ଜଣେ ଗୂପ୍ତ ଦାନଦାତାଙ୍କ ଦାନ ଯୋଗୁଁ ୬୦ କିଲୋ ସୁନାରେ ମନ୍ଦିର ଏବେ ସଂପୂର୍ଣ୍ଣ ରୂପରେ ସୁନାରେ ଛାଉଣିରେ ହୋଇଛି । ମନ୍ଦିରର ଉଭୟ ଗର୍ଭଗୃହ ଓ ବାହ୍ୟଗୃହରେ ସୁନାର ଛାଉଣି କରାଯାଇଛି ।ଏହି ସୁନା ଛାଉଣି କାମ ଶେଷ ହେବାକୁ ପ୍ରାୟ ୬ ମାସ ସମୟ ଲାଗିଥିଲା । ପରେ ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିରର ବାହ୍ୟ ଗୃହରେ ସୁନା କାମ ଶେଷ କରାଯାଇଛି । ଶିବରାତ୍ରୀ ସୁଦ୍ଧା ଗର୍ଭଗୃହରେ ୩୭ କିଲୋ ସୁନାକାମ ଶେଷ ହୋଇଯାଇଥିଲା, ବାହ୍ୟଭାଗରେ ୨୩ କିଲୋ ସୁନା କାମ ଶେଷ ହୋଇଛି। ଏଥି ସହିତ ୪ଗେଟ୍ ରେ ମଧ୍ୟ ସୁନା ଛାଉଣି କରାଯାଇଛି । ସୁନା ଛାଉଣି ନଷ୍ଟ ନହେବା ପାଇଁ ଏହା ଉପରେ ପାରର୍ଦଶୀ ପ୍ଲାଷ୍ଟିକ୍ ପରଦା ଲଗାଯାଇଛି ।