ଦୀର୍ଘ ୯ ମାସ ପରେ ଖୋଲିଲା ଲିଙ୍ଗରାଜ ମନ୍ଦିର, ଦର୍ଶନ ଦେଲେ ପ୍ରଭୁ ଲିଙ୍ଗରାଜ
ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ରବିବାର ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର । କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେମାନଙ୍କ ପରିବାରକୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି ।
ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ରବିବାର ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର । କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେମାନଙ୍କ ପରିବାରକୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ଜାନୁଆରୀ ପହିଲା ଓ ୨ ତାରିଖ ଦୁଇ ଦିନ ପାଇଁ ମନ୍ଦିର ବନ୍ଦ ରହିବ କିନ୍ତୁ କେବଳ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ନୂଆବର୍ଷରେ ୨ ଦିନ ଦର୍ଶନ ବନ୍ଦ ରହିବ। ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରବାସୀ ଶ୍ରୀଲିଙ୍ଗରାଜ ଦର୍ଶନ କରିପାରିବେ। ଜାନୁଆରି ୬ ତାରିଖରୁ ସାଧାରଣ ଭକ୍ତ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ଏଣେ ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଡ୍ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ବଳ ସହ ୨ ସେକ୍ସନ ମହିଳା ପୁଲିସ ବଳ ନିୟୋଜିତ ହେବେ। ସମସ୍ତେ ଠିକ୍ ଭାବେ ମାସ୍କ ପିନ୍ଧିବା ସହ ୬ ଫୁଟ୍ ର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ପାନ ଓ ଗୁଟ୍ଖା ଖାଇବା ଏବଂ ମନ୍ଦିର ପରିସରରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି।