Breaking PLUSଓଡ଼ିଶାମୁଖ୍ୟ ଖବର

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ହେବ ରୁପା ଛାଉଣୀ

ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର। ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ହେବ ରୁପା ଛାଉଣୀ। ଏନେଇ ଆସିଥିବା ଏକ ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ବୈଠକରେ ଏଏସ୍‌ଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଓ ୪ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିରେ ପ୍ରଭୁଙ୍କ ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ସମସ୍ତଙ୍କ ସହମତି ମିଳିଛି। ମନ୍ଦିରର ସିଂହଦ୍ୱାର ରୁପା କବାଟ ନିର୍ମାଣ ସହ ମନ୍ଦିର ପରିସରର ମରାମତି ଓ ଗର୍ଭଗୃହର ପୁନରୁଦ୍ଧାର ନେଇ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ଶୁକ୍ରବାର ଏଏସ୍‌ଆଇର ସ୍ୱତନ୍ତ୍ର ଟିମ୍‌ ଏସମ୍ପର୍କରେ ଅନୁଧ୍ୟାନ କରିବ।

Show More

Related Articles

Back to top button