ପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ପ୍ରଭୁ ଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି

ଭୁବନେଶ୍ୱର: ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ଲିଙ୍ଗରାଜ ପୀଠ। ବରଯାତ୍ରୀ ନେଇ ଆସିଲେ ଭୋଳାବାବା । ରୀତିନୀତିରେ ମାଆ ପାର୍ବତୀଙ୍କୁ ବିବାହ କଲେ ଆଜି ବାପାଘରୁ ଶାଶୁଘରକୁ ବିଦାୟ ନେବେ ନବବଧୂ ମାଆ ପାର୍ବତୀ । ପ୍ରଭୁ ଲିଙ୍ଗରାଜ ଏବଂ ମା’ ପାର୍ବତୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଶନିବାର ବିଳମ୍ବିତ ରାତିରେ ଶ୍ରୀଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ସମଗ୍ର ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଥିଲା । ଶିବ ପାର୍ବତୀ ବିବାଦ ପାଇଁ ଘଣ୍ଟ ବାଦ୍ୟରେ ଦୁଲୁକିଥିଲା ପୀଠ ।

ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଉତ୍ସବଶୁକ୍ରବାର ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ହୋଇପାରିନଥିଲା । ଶନିବାର ମାଘସ୍ନାନ ଦିଆଯାଇ ମଙ୍ଗଳଆଳତି, ଅବକାଶ, ରୋଷହୋମ, ଛାମୁ ପରିଷ୍କାର, ମହାସ୍ନାନ ଓ ସକାଳ ଧୂପ ପରେ ରାତି ୧୧ଟା ୪୫ରେ ଭୋଟ ମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲା । ପରେ ବୀରକିଶୋରୀ ବଲ୍ଲଭ, ଦ୍ୱିପ୍ରହର ଧୂପ ଓ ଠାକୁରାଣୀ ଧୂପ କରାଯାଇଥିଲା । ଗୋଟିଏ ଦିନରେ ମଙ୍ଗନ ଓ ବିବାହ ସମ୍ପନ୍ନ ହୋଇଛି । ଶ୍ରୀଲିଙ୍ଗରାଜଙ୍କ ବିବାହ କାର୍ୟ୍ୟରେ ସବୁ ନିଯୋଗ ସହଯୋଗ କରିଥିଲେ । ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ବଡୁ ନିଯୋଗ, କ୍ଷେତ୍ରବାସୀ ଆପୋଟିଆ ନିଯୋଗ ସମେତଙ୍କ ସମସ୍ତ ନିଯୋଗ ସହଯୋଗରେ ନିତୀକାନ୍ତି ଶେଷ ହୋଇଛି ।ବିବାହ କାର୍ୟ୍ୟ କରି ମାତା ପାର୍ବତୀଙ୍କୁ ସଙ୍ଗରେ ଧରି ରାତି ୯ ଟା ରେ ଫେରିଥିଲେ ମହାପ୍ରଭୁ ଲିଙ୍ଗରାଜ । ବିରାଟ ଶୋଭାଯାତ୍ରାରେ ଫେରିବେ ପ୍ରଭୁ ଲିଙ୍ଗରାଜ ଓ ମାତା ପାର୍ବତୀ । ଭୋର ୪ ଟାରେ ବାହାରିଥିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୋଭାଯାତ୍ରା । ଏକ ବିରାଟ ପଟୁଆରରେ ବାଜା , ବାଣ , ଘଣ୍ଟ, ମହୁରୀ, ଢୋଲ ବାଜା ଓ ବିଭିନ୍ନ ପାରମ୍ପାରିକ ନୃତ୍ୟ ସହ ପ୍ରଭୁ ଆସି କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ । ଏହା ପରେ ରୀତି ନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।

 

Show More

Related Articles

Back to top button