Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ପରୀକ୍ଷା ପୂର୍ବରୁ ଭାଇରାଲ ହେଲା ଗଣିତ ପରୀକ୍ଷା ପ୍ରଶ୍ନପତ୍ର

ପରୀକ୍ଷାର କିଛି ସମୟ ପୂର୍ବରୁ ପ୍ରଶ୍ନପତ୍ର ସହିତ ଉତ୍ତର ଭାଇରାଲ ହୋଇଛି ।

ଆଜି ଦଶମ ଶ୍ରେଣୀର ଫର୍ମେଟିଭ୍ ୪ର ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଛି । ହେଲେ ପରୀକ୍ଷାର କିଛି ସମୟ ପୂର୍ବରୁ ପ୍ରଶ୍ନପତ୍ର ସହିତ ଉତ୍ତର ଭାଇରାଲ ହୋଇଛି । ଖାଲି ଗଣିତ ନୁହେଁ ପରୀକ୍ଷା ଆରମ୍ଭର କିଛି ସମୟ ପୂର୍ବରୁ ସମସ୍ତ ବିଷୟର ପ୍ରଶ୍ନ ଓ ଉତ୍ତର ସମୀକ୍ଷା କରାଯାଇଛି ଏକ ୟୁଟ୍ୟୁବ୍ ଚ୍ୟାନେଲରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର କିପରି ଲିକ୍ ହେଲା ? ଖାଲି ପ୍ରଶ୍ନପତ୍ର ନୁହେଁ ତା ସହିତ ଉତ୍ତରର ସମୀକ୍ଷା ରିପୋର୍ଟ ମଧ୍ୟ ବହୁ ଆଗରୁ ୟୁଟ୍ୟୁବ୍ ରେ କିପରି ଭାଇରାଲ ହେଲା । ଏଣୁ ଫରମେଟିଭ୍ ୪ ପ୍ରଶ୍ନର ଗୋପନୀୟତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଶ୍ନପତ୍ର ଲିକ ହେବା ପରେ ପରୀକ୍ଷା କରାଯିବାର ସ୍ୱଛତା ଉପରେ ଲାଗିଛି ରୋକ୍। ଏପରି ଦାୟିତ୍ୱହିନତା ପରୀକ୍ଷା କରାଯିବା କାରଣକୁ ନେଇ ବୁଦ୍ଧିଜୀବୀମାନେ ମାଧ୍ୟମିକ ଶିକ୍ଷା ବିଭାଗ ବିରୋଧରେ ଲଗାଇଛନ୍ତି ଆରୋପ । ଏହି ପରୀକ୍ଷାକୁ ଭିତ୍ତି କରି ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀମାନଙ୍କର ପ୍ରତି ବିଷୟର ୧୦୦ ନମ୍ବରରୁ ୨୦ ନମ୍ବର ଏହି ପରୀକ୍ଷାରୁ ସଂଗ୍ରହ କରାଯିବ । ଏଣୁ ସବୁ ବିଦ୍ୟାଳୟରେ ଏହି ୨୦ ନମ୍ବରର ପରୀକ୍ଷାର ମାନକୁ ନେଇ ଉପୁଜିଛି ଦ୍ୱନ୍ଦ । ଏହି ପରୀକ୍ଷା ପାଇଁ, ପ୍ରଶ୍ନ ଗୁଡିକୁ ପ୍ରତି ସ୍କୁଲ ନିଜେ ପ୍ରସ୍ତୁତ କରିବାକୁ ସରକାର କହିଥିଲେ । ହେଲେ ସ୍କୁଲଗୁଡିକ ପ୍ରଶ୍ନପତ୍ର ନିଜେ ନକରି ଓଷ୍ଟାଠାରୁ କିଣିକି ଆଣି କରାଉଛନ୍ତି ପରୀକ୍ଷା । ଏହି ପ୍ରଶ୍ନପତ୍ରକୁ ପ୍ୟାକିଂ କରାନଯାଇ ଖୋଲାମେଲାରେ ସ୍କୁଲକୁ ପହଞ୍ଚା ଯାଉଛି । ଏସବୁ ଅବ୍ୟବସ୍ଥାର ତଦନ୍ତ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ତପନ କୁମାର ସିଂହ ଦାବି କରିଛନ୍ତି । ମାଧ୍ୟମିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅଭିଯୋଗ କରାଯାଇଛି ।

Show More

Related Articles

Back to top button