Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ ଫଳ , ବୋର୍ଡ ପକ୍ଷରୁ ଆସନ୍ତା କାଲି ହୋଇପାରେ ଘୋଷଣା

କଟକ : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଜୁଲାଇ ୫ରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ଫଳ। ଏନେଇ ସୋମବାର ବିଧିବଦ୍ଧ ଭାବେ ମାଧ୍ୟମିକ ବୋର୍ଡ ପକ୍ଷରୁ ଘୋଷଣା କରାଯାଇପାରେ। ଏହାର କିଛି ଦିନ ପୂର୍ବରୁ ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ। ଅନ୍ୟପଟେ ଖାତାଦେଖା ଓ ଟାବୁଲେସନ୍‌ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍‌ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୂଚନା ମୁତାବିକ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା ।

Show More

Related Articles

Back to top button