ଦେଶଭକ୍ତିସ୍ୱତନ୍ତ୍ର

ଆସନ୍ତା ୨୬ରୁ ୯ ଦିନ ପାଇଁ ବନ୍ଦ୍ ରହିବ ମାଂସ ଦୋକାନ

ଆସନ୍ତା ୨୬ରୁ ୯ ଦିନ ପାଇଁ ବନ୍ଦ୍ ରହିବ ମାଂସ ଦୋକାନ । ଗୁରୁଗ୍ରାମର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଏନେଇ ଆଜି ନିର୍ଦ୍ଦେଶ ମିଳିପାରେ । ଏହି ବିଷୟରେ ସୂଚନା ଦେଇଛନ୍ତି ଏମସିଜିର ଜଣେ କର୍ମଚାରୀ ।

ପାର୍ବଣ ଋତୁରେ ସହରର ୧୨୯ ଲାଇସେନ୍ସପ୍ରାପ୍ତ ମାଂସ ଦୋକାନୀମାନେ ସ୍ୱେଚ୍ଛାକୃତ ଭାବରେ ଦୋକାନ ବନ୍ଦ ରଖୁଥିବାବେଳେ କିଛି ଦୋକାନା ଖୋଲିଥାନ୍ତି । ତେବେ ପ୍ରଥମ ଥର ପାଇଁ ମାଂସ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବା ଏକ ସରକାରୀ ବିଜ୍ଞପ୍ତି ଜାରିବ କରିବ ଏମସିଜି ।

ଏମସିଜି ଯୁଗ୍ମ କମିଶନର ବିଜୟପାଲ ଯାଦବଙ୍କ ଅନୁଯାୟୀ, ‘ନଅ ଦିନ ମଧ୍ୟରେ ମାଂସ ଦୋକାନ ଉପରେ ନଜର ରଖିବା ପାଇଁ ୩୫ ଟି ଟିମ୍ ଗଠନ କରାଯିବ । ଏହି ସମୟ ମଧ୍ୟରେ ଯେଉଁମାନେ ଆଦେଶ ଉଲଂଘନ କରିବେ ସେମାନଙ୍କ ଉପରେ କାର୍ଯ୍ୟାନିଷ୍ଠାନ ନିଆଯିବା ସହ ୫୦୦୦ ଟଙ୍କା ଜୋରିମାନା କରାଯିବ ।

Show More

Related Articles

Back to top button