ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ନିଜ ପରିବାର ଲୋକଙ୍କୁ ହତ୍ୟା କରି ପୋତି ଦେଲା ନାବାଳକ

ତ୍ରିପୁରା : କଅଁଳ ବୟସରେ ଜଘନ୍ୟ ଅପରାଧ। ପରିବାରର ୩ ଜଣ ସଦସ୍ୟଙ୍କୁ ପିଟି ପିଟି ମାରିଦେଲା ନାବାଳକ। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ତ୍ରିପୁରା କଲମପୁରରେ । ଜଣେ ନାବାଳକ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ପୋତି ଦେଇଛି । ତ୍ରିପୁରାରେ ଜଣେ ୧୩ ବର୍ଷୀୟ ନାବାଳକ ନିଜ ମାଆ, ଭଉଣୀ, ଜେଜେବାପା ସମେତ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ହତ୍ୟା କରିବା ପରେ ମୃତଦେହକୁ ଘର ନିକଟରେ ଗାତ ଖୋଳି ପୋତି ଦେଇଥିଲା । ପଡୋଶୀ ଲୋକ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ନାବାଳକକୁ ଗିରଫ କରି ପଚରାଉଚରା ଜାରି ରଖିଛି ପୁଲିସ ।
ସୂଚନାନୁଯାୟୀ, ତ୍ରିପୁରାର ଧଲାଇ ଜିଲ୍ଲାରେ ନିଜ ପରିବାରର ୩ ଜଣଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଛି ନାବାଳକ ।  ନାବାଳକ ଜଣକ ନିଜ ମାଆ ,          ଉଭଣୀ,ଜେଜେବାପା ଓ ପଡୋଶୀରେ ଥିବା ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ସମସ୍ତ ମୃତଦେହକୁ ମାଟିରେ ପୋତି ଦେଇଥିଲା । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ତୁରନ୍ତ ନାବାଳକକୁ ଗିରଫ କରିଥିଲା । ନଭେମ୍ବର ୫ରେ ନାବାଳକ ନିଜ ପରିବାରର ୩ ଓ ପଡୋଶୀର ମହିଳାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ତେବେ ନାବାଳକ ଜଣକ କେଉଁ କାରଣରୁ ଏଭଳି ବୀଭତ୍ସ କାଣ୍ଡ ଘଟଣାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

Show More

Related Articles

Back to top button