Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ଯୌତୁକ ପାଇଁ ବୋହୂକୁ ମାରିଦେଲେ ଶାଶୂଘର ଲୋକେ

ଶାଶୂଘରେ ଗର୍ବବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପେଟରେ ତାର ୪ ମାସର ଛୁଆ । ପିଠା ଖୁଆଇବାକୁ ଆସିଥାନ୍ତେ ପରିବାର ଲୋକ ଓ ବନ୍ଧୁ ପରିଜନ । ହସ ଖୁସିରେ ଭରି ଉଠିଥାନ୍ତା ପ୍ରଧାନ ପରିବାର । କିନ୍ତୁ ସବୁ ହୋଇଗଲା ଧୂଳିସାତ । ଅଦିନରେ ସମସ୍ତଙ୍କୁ ପରକରି ଚାଲିଗଲେ ପୁଷ୍ପା । ଆଉ ତାସହ ମଉଳି ଗଲା ପେଟରେ ବଢୁଥିବା ୪ ମାସର ଛୁଆ । ବଲାଙ୍ଗୀର ଜିଲ୍ଲା ସଦର ଥାନା ତଲିଉଡ଼ାର ଗାଁରେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ୨୧ ବର୍ଷୀୟ ପୁଷ୍ପାଞ୍ଜଳୀ ପ୍ରଧାନ ।  ମୃତ ମହିଳାଙ୍କ ଶାଶୂ ଘରେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହୁଥିବା ବେଳେ, ପୁଷ୍ପାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଯୌତୁକ ପାଇଁ ବାହାଘର ପରଠାରୁ ପୁଷ୍ପାଙ୍କୁ ଦିଆଯାଉଥିଲା ନିର୍ଯାତନା । ସେପଟେ ଏହି ଘଟଣା ପରେ ପୁଷ୍ପାଞ୍ଜଳୀଙ୍କ ସ୍ୱାମୀ ବିପିନ ପ୍ରଧାନଙ୍କ ସମେତ ଶାଶୁ ଘରର ଅନ୍ୟ ସଦସ୍ୟ ବି ଫେରାର ହୋଇଯିବା ପରିବାରକୁ ସନ୍ଦେହ ମଧ୍ୟକୁ ଟାଣି ଆଣିଛି ।

Show More

Related Articles

Back to top button