Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ମା’କୁ ପିଟିପିଟି ମାରିଦେଲା ନୃଶସଂ ପୁଅ

୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା ନିଜ ଜନ୍ମିତ କୁଳାଙ୍ଗାର ପୁଅ ।

ମୟୂରଭଞ୍ଜ :  ୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା ନିଜ ଜନ୍ମିତ କୁଳାଙ୍ଗାର ପୁଅ । ଏ ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ମଦ ପିଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ । ହେଲେ ମାଆ ନ ଦେବାରୁ ଠେଙ୍ଗାରେ ପିଟି ପିଟି ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସରୋଜ ନାୟକ ଫେରାର ହୋଇଥିବା ଜଣାପଡ଼ିଛି । ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ତେବେ ମୃତ ମହିଳାଙ୍କ ବଡ଼ ପୁଅଙ୍କ ଅନୁପସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଛି । ସେ ଘରେ ନଥିବା ସମୟରେ ସାନ ଭାଇ ଏପରି କାଣ୍ଡ ଘଟାଇଥିବା କହିଛନ୍ତି । ସେ ସମ୍ପର୍କୀୟ କାକାଙ୍କ ସହିତ ରୋଷେଇ କରିବା ପାଇଁ ଯାଇଥିଲେ । ପାଖାପାଖି ୯ଟା ସମୟରେ ପଡ଼ିଶା ଘର ଲୋକେ ତାଙ୍କୁ ଫୋନ୍‌ କରିଥିଲେ ଓ ମାଡ଼ ମାରି ହାତଗୋଡ଼ ଭାଙ୍ଗି ଦେଇଥିବା ଖବର ଦେଇଥିଲେ । ଆଉ ତା’ପରେ ସେ ସାଙ୍ଗମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଡାକିଥିଲେ । ଆଉ ଫେରିବା ପରେ ମା’କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

Show More

Related Articles

Back to top button