Breaking PLUSଓଡ଼ିଶା

ଆସିଲା ସେପ୍ଟେମ୍ବର ମାସର ନୂଆ ଗାଇଡ୍‌ଲାଇନ୍‌

ରାଜ୍ୟରେ କୌଣସି ଜାଗାରେ ରହିବନି ସପ୍ତାହାନ୍ତ ସଟଡାଉନ

ଆସିଲା ସେପ୍ଟେମ୍ବର ମାସର ନୂଆ ଗାଇଡ୍‌ଲାଇନ୍‌ । ଏନେଇ ଘୋଷଣା କରିଛନ୍ତି SRC ପ୍ରଦୀପ କୁମାର ଜେନା । ଏହି ଗାଇଡଲାଇନ ଅକ୍ଟୋବର୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବନି । ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ରହିବ । ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ରହିବ । ସାରା ରାଜ୍ୟରେ ସକାଳ ୫ଟାରୁ ରତା ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ।

ସେହିପରି ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ। ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନ ମାନି ମିଟିଂ ହୋଇପାରିବ । ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ଏକାଠି ଅନୁମତି ଦିଆଯାଇଛି । ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨୫୦ ଜଣ ବିବାହ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି । ସର୍ବାଧିକ ୫୦ ଜଣ ରହିପାରିବେ । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା ହୋଇପାରିବ।

ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ । ସିନେମା ହଲରେ ଯେତିକି ସିଟ୍ ଥିବ ସେତିକି ଲୋକ ଯାଇପାରିବେ । ସିନେମା ହଲ୍, ମଲକୁ ଯିବାକୁ ଥିବା ପୂର୍ବ କଟକଣା କୋହଳ କରାଯାଇଛି । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍, ମଲ୍ ମାଲିକ ବୁଝିବେ । ସେପ୍ଟେମ୍ବର ମାସର ପୂଜା ପାର୍ବଣ ଅଗଷ୍ଟ ୯ ଆଦେଶାନୁସାରେ ଚାଲିବ । ଆବଶ୍ୟକ ହେଲେ କଟକଣା ବଢ଼ାଇବେ ଜିଲ୍ଲାପାଳ ବା ଟୁଇନ ସିଟି କମିଶନର ।

Show More

Related Articles

Back to top button