ଆଜି ରିଲିଜ୍ ହୋଇଛି ଚଳଚ୍ଚିତ୍ର ‘ ଥାଙ୍କ ଗଡ୍’ ର ନୂଆ ଗୀତ । ଯେଉଁଥିରେ ନୋରା ଫତେହି ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ କିଲ୍ର ଲୁକ୍ ଦେଖିବାକୁ ମିଳିଥିଲା। ଗୀତ ରିଲିଜ୍ ହେବା ପରଠୁ ସୋସିଆଲ ମିଡିଆରେ ଟ୍ରେଣ୍ଡ ଅନେକ ଟ୍ରେଣ୍ଡ ଦେଖିବାକୁ ମିଳିଲାଣି ।
ସିଦ୍ଧାର୍ଥ ମାଲହୋତ୍ରା, ଅଜୟ ଦେବଗନ୍ ଏବଂ ରାକୁଲ ପ୍ରୀତ ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ‘ ଥାଙ୍କ ଗଡ୍’ ର ନୂଆ ଗୀତ ଆଜି ରିଲିଜ୍ ହୋଇଛି। ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଯେଉଁଥିରେ ନୋରା ଫତେହି ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ କିଲ୍ର ଲୁକ୍ ଦେଖିବାକୁ ମିଳିଥିଲା। ଏହି ଗୀତ ରିଲିଜ୍ ହେବା ପରଠୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଲାଣି ।
ନିକଟରେ ଫିଲ୍ମ ‘ଥାଙ୍କ ଗଡ’ର ମାନିକେ ଗୀତ ରିଲିଜ୍ ହୋଇଛି। ଯାହା ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ। ଏହାର ୟୁଟ୍ୟୁବ୍ ଚ୍ୟାନେଲରୁ ସେୟାର କରାଯାଇଛି। ଏହି ଗୀତ ଆସିବା ମାତ୍ରେ ଚର୍ଚ୍ଚା ସୃଷ୍ଟି କରିଛି । କାହିଁକି ନା ନୋରା ଏବଂ ସିଦ୍ଧାର୍ଥଙ୍କ ଡ୍ୟାନ୍ସ ସହ ରୋମାନ୍ସ ଲୋକଙ୍କ ହୃଦୟ ଜିତୁଛି।ତେବେ ଏହି ଗୀତକୁ ଗାଇଛନ୍ତି ସୁରିଆ, ୟୋହାନି ଏବଂ ଜୁବିନ୍ । ଗୀତର ଲିରିକ୍ସକୁ ରଶ୍ମୀ ବିରାଗ ଏବଂ ଡୁଲାନ୍ ଆର୍ଏକ୍ସ (ଡୁଲାନଜା ଆଲୱିସ୍) ଲେଖିଛନ୍ତି। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ‘ଅୟାନ’ର ଭୂମିକାରେ ଅଭିନୟ କରୁଥିବାବେଳେ ଅଜୟ ଦେବଗନଙ୍କୁ’ ଚିତ୍ରଗୁପ୍ତ ‘ଭୂମିକାରେ ନଜର ଆସିବେ।