ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷପଣିଆ । ଅନ୍ଧବିଶ୍ୱାଶର ବଶବର୍ତ୍ତୀ ହୋଇ ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା । ଏଭଳି ଅମାନୁଷିକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିଟିଗୁଡ଼ା ଗାଁରେ ।

ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିଟିଗୁଡ଼ା ଗାଁର ଦଇ ମାଝି ନିଜ ପରିବାର ସହ ଘରେ ଗତକାଲି ରାତିରେ ଶୋଇଥିବା ବେଳେ ଗାଁର କିଛି ଲୋକ ତାଙ୍କ ଘର ବାହାରେ ପାଟିତୁଣ୍ଡ ଆରମ୍ଭ କରିଥିଲେ । ଗୁଣି ଗାରେଡି କରି ସବୁ ଲୋକଙ୍କୁ ମାରିଦେଉଥିବା କହି ବୃଦ୍ଧ ଏବଂ ତାଙ୍କ ଦୁଇ ପୁଅଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ ଗ୍ରାମବାସୀ । ଏହାପରେ ଜୀବନ ବଞ୍ଚାଇ ଅଳ୍ପକେ ଖସି ପଳାଇଲେ ୨ ପୁଅ । କିନ୍ତୁ ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ପୁଅ ଟିକିରି ମେହିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଲାଇଛି ।

 

Show More

Related Articles

Back to top button