Breaking PLUSଓଡ଼ିଶାଦୁର୍ଘଟଣା

ନିର୍ମାଣଧୀନ ଅବସ୍ଥାରେ କଟକ ଛତ୍ର ବଜାରରେ ଭୁଷୁଡିଲା ପୋଲ

ଦୁଇ ମୃତ,ଜଣେ ଗୁରୁତର

କଟକ ଛତ୍ର ବଜାର ପରିବା ବଜାର ନିକଟରେ ନିର୍ମାଣଧୀନ ଅବସ୍ଥାରେ ଭୁଷୁଡି ପଡିଛି ପୋଲ । ବ୍ରିଜ ତଳକୁ କିଛି ଲୋକ ଖସିପଡିଥିବା ଆଶଙ୍କା କରାଯାଉଛି । କିଛି ଲୋକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଆଉ କିଛି ଲୋକ ତଳେ ଚାପି ହେଇ ରହିଥିବା ସୂଚନା ମିଳିଛି । ଏହି ବ୍ରିଜ ଛତ୍ର ବଜାରକୁ ମାଲଗୋଦାମ ସହିତ ସଂଯୋଗ ହୋଇଛି । ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏବେ ସୁଦ୍ଧା ତିନି ଜଣଙ୍କୁ ଗୁରୁତ୍ତର ଭାବରେ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ପଠାଯାଇଛି । ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତ୍ତର ରହିଥିବା ବେଳେ, ଦୁଇଜଣ ମୃତ୍ୟୁବରଣ କରିଛନ୍ତି। ଘଟଣା ସ୍ଥଳରେ କଟକ ଡିସିପି ପ୍ରତିକ ସିଂ ପହଁଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ପୋଲ ଦେଇ କେନାଲ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ ହଠାତ୍ତ୍ ପୋଲଟି ଭୁଷୁଡି ପଡିଥିଲା । ତେବେ ସ୍ଥାନିୟ ଲୋକଙ୍କ କହିବା ମୁତାବକ ନିର୍ମାଣ ସଂସ୍ଥା ପକ୍ଷରୁ ଚେତାବନୀ ଦିଆଯାଇଥିଲେ ମଧ୍ୟ କିଛି ଲୋକେ ଏହାକୁ ମାନି ନଥିଲେ ।

ଘଟଣା ସ୍ତଳରେ ପ୍ରାୟ ୧୫ ଦିନ ହେବ କାମ ଚାଲିଥିଲେ ମଧ୍ୟ ନିକଟରେ କିଛି ଲୋକେ ପନିପରିବା ବ୍ୟବସାୟ କରୁଥିଲେ । ତେବେ ନିକଟରେ ଅନେକ ଲୋକେ ବ୍ୟବସାୟ କରୁଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ ନିଆଯାଇ ନଥିଲା ବୋଲି କୁହାଯାଉଛି ।

ଏହି ବିଷୟରେ କଟକ ଜିଲ୍ଲାପାଳ କହିଛନ୍ତି ଯେ ଏହା ଏକ ଦୁଖଃଦ ଘଟଣା, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣା ବିଷୟରେ ତଦନ୍ତ କରାଯାଇ , ଘଟଣାରେ କୌଣସି ପ୍ରକାର ତୃଟି ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Show More

Related Articles

Back to top button