କୌଶଳ ଭବନର ଉଦଘାଟନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 24 ଜାନୁଆରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନୂଆଦିଲ୍ଲୀରେ କୌଶଳ ବିକାଶ ଓ ଉଦ୍ୟମିତ ମନ୍ତ୍ରାଳୟର ଏକ ବିଲ୍ଡିଂ କୌଶଳ ଭବନର ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ସରକାରଙ୍କ ବିଭିନ୍ନ ଯୋଜନା ଯେପରି ପିଏମ ବିଶ୍ୱକର୍ମା, ପିଏମ ଜନମନ, ଆଜୀବିକା ସଂୱର୍ଧନ ପାଇଁ କୌଶଳ ଅଧିଗ୍ରହଣ ଓ ଜ୍ଞାନ ସଚେତନତା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ହିତାଧିକାରୀଙ୍କ ଦ୍ୱାରା ସ୍ଥାପିତ ପ୍ରଦର୍ଶନୀ ଷ୍ଟଲର ପରିଦର୍ଶନ କରିବା ସହ ଆଲୋଚନା କରିଥିଲେ ।
କୌଶଳ ଭବନର ଆଧାରଶିଳା 2019 ମାର୍ଚ୍ଚରେ ରଖାଯାଇଥିଲା । ମନ୍ତ୍ରାଳ ସହିତ ଏହାର ସହଯୋଗୀ ସଙ୍ଗଠନ-ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ, ଜାତୀୟ ବ୍ୟବସାୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓ ଜାତୀୟ କୌଶଳ ବିକାଶ ନିଗମ ପାଇଁ କାର୍ଯ୍ୟାଳୟ ସ୍ଥାନ ପ୍ରଦାନ କରିବ । ଆଧୁନିକ ସୁବିଧା ଓ ଭିତ୍ତିଭୂମି ଢାଞ୍ଚାରେ ସୁସଜ୍ଜିତ ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ ଭବନ ନୂଆ କାର୍ଯ୍ୟ ସଂସ୍କୃତିର ଶୁଭାରମ୍ଭ କରିବା ଏବଂ କୌଶଳ ଭାରତ ମିଶନକୁ ଗତି ଦେବା ପାଇଁ ଏକ ସୁରକ୍ଷିତ, ସୁବିଧାଜନକ ଓ କୁଶଳ କାର୍ଯ୍ୟ ବାତାବରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ।