ଦେଶଦେଶ ବିଦେଶବ୍ୟକ୍ତିତ୍ୱସାକ୍ଷାତକାରସ୍ୱତନ୍ତ୍ର

୩ ଦିନିଆ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ

୩ ଦିନିଆ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଠାରୁ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ତାଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଓ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଦ୍ବିପାକ୍ଷିକ ସମ୍ପର୍କ, ସାମୁଦ୍ରିକ ସହଯୋଗ, ଖାଦ୍ୟ ନିରାପତ୍ତା, ନଦୀଜଳ ବଣ୍ଟନ, ଯୋଗାଯୋଗ, ବିଦ୍ୟୁତ ଆଦି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ସହ ବାଣିଜ୍ୟ, ନିବେଶ ଆଦି ପ୍ରସଙ୍ଗରେ ମଧ୍ୟ କେତେକ ଚୁକ୍ତି ସ୍ବାକ୍ଷିରିତ ହେବା ସମ୍ଭାବନା ରହିଛି ।

 ୫ରୁ ୮ ତାରିଖ ଯାଏଁ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ହାସିନା । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ।

 

Show More

Related Articles

Back to top button