ଦୁର୍ଘଟଣାଦେଶ

ଆସନ୍ତାକାଲି ମୋରବି ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଭେଟିବେ ପଧାନମନ୍ତ୍ରୀ

ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ସଂଧ୍ୟାରେ ଘଟିଥିବା ଦୁର୍ଘଟଣାରେ ମୋରବି ଯାଇ ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ଭେଟିବେ । ଏହାପରେ ହସ୍ପିଟାଲରେ ଚିକିତ୍ସିତ ଆହତଙ୍କୁ ମଧ୍ୟ ଭେଟିବେ ।

ରବିବାର ସଂଧ୍ୟାରେ ଘଟିଥିବା ଏହି ଦୁର୍ଘଟଣା ଏବେ ସୁଦ୍ଧା ୧୪୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣା ପରେ ପ୍ରାୟ ୨୦୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଷ୍ଟେଚ୍ୟୁ ଅଫ୍ ୟୁନିଟି ନିକଟରେ ରାଷ୍ଟ୍ରୀୟ ଏକତା ଦିବସ ଅବସରେ ନିଜ ସମ୍ୱୋଧନରେ ମୋରବି ପୋଲ ଦୁର୍ଘଟଣା କଥା ଉଲ୍ଲେଖ କରି ଭାବୁକ ହୋଇଥିଲେ।ବ୍ରିଟିଶ ଅମଳର ଏହି ପାଦ ଚଲା ପୋଲ ଛିଡିବା ଘଟଣାରେ ପିଏମ ମୋଦୀ ଦୁଃଖ ପ୍ରକାଶ କରିଥିଲେ । ଏହାସହ ମୃତକଙ୍କ ପରିବାର ପ୍ରତି ନିଜ ସମବେଦନା ଜଣାଇଥିଲେ ।

Show More

Related Articles

Back to top button