Breaking PLUSଦେଶ ବିଦେଶମୁଖ୍ୟ ଖବର

ପଞ୍ଜାବ ସରକାରଙ୍କ ବଡ ଘୋଷଣା,ଜୁଲାଇ ୧ରୁ ସମସ୍ତଙ୍କୁ ମିଳିବ ମାଗଣା ବିଦ୍ୟୁତ୍

ଜନତାଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ମାନ୍ ସରକାର ।

ଜୁଲାଇ ୧ ରୁ ପ୍ରତି ଘରକୁ ୩୦୦ ୟୁନିଟ୍ ବିଜୁଳି ମାଗଣା ଯୋଗାଇଦିଆଯିବ । ପଞ୍ଜାବରେ ମାନ୍ ସରକାରଙ୍କ ବଡ ଘୋଷଣା ଏହି ସୂଚନା ଜନସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଦଳ ବିଭିନ୍ନ ଆକର୍ଷଣୀୟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲା । ଏଥିରୁ ସବୁଠୁ ଗୁରୁତ୍ୱପ୍ରୂ୍ଣ୍ଣ ଥିଲା ମାଗଣା ବିଜୁଳି ଯୋଗାଣ ।  ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପଞ୍ଜାବରେ ଐତିହାସିକ ବହୁମତ ହାସଲ କରି ସରକାର ଗଠନ କରିବା ପରେ ଏବେ ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ପ୍ରତି ଘରକୁ ୩୦୦ ୟୁନିଟର ମାଗଣା ବିଜୁଳି ବିଦ୍ୟୁତ୍ ଯୋଗାଣ କରିବାକୁ ଘୋଷଣା କରାଯାଇଛି । ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଉପଲବ୍ଧ ଆକଳନ ମୁତାବକ, ରାଜ୍ୟରେ ମୋଟ ୭୩.୮୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ମଧ୍ୟରୁ ୬୨.୨୫ ଲକ୍ଷ ଲୋକଙ୍କର ମାସିକ ବିଦ୍ୟୁତ୍ ଖର୍ଚ୍ଚ ୩୦୦ ଓ ତାଠାରୁ କମ୍ । ଏମାନେ ସରକାରଙ୍କ ଦ୍ୱାରା ଘୋଷିତ ଯୋଜନା ଦ୍ୱାରା ବେଶ ଉପକୃତ ହେବେ ।

Show More

Related Articles

Back to top button