ସାମ୍ନାକୁ ଆସିଲା ‘ଶର୍ମା ଜୀ ନମକିନ’ର ରିଲିଜ୍ ଡେଟ୍
୩୧ ମାର୍ଚ୍ଚରେ ଓଟିଟି ପ୍ଲାଟଫର୍ମ ଅମେଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବାକୁ ଯାଉଛି

ମୁମ୍ବାଇ:’ଶର୍ମା ଜୀ ନମକିନ’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । ଏହା ବଲିଉଡର ବରିଷ୍ଠ କଳାକାର ରିଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ ଅଟେ । ମୃତ୍ୟୁ ପୂର୍ବରୁ ରିଷି ଏହି ଫିଲ୍ମର ଏକ ବଡ ଭାଗ ଶୁଟିଂ କରିଦେଇଥିଲେ । ବର୍ତ୍ତମାନ ଏହାକୁ ପୂରଣ କରିଛନ୍ତି ପରେଶ ରାୱଲ । ରିଷିଙ୍କ ଆକଷ୍ମିକ ମୃତ୍ୟୁ ଯୋଗୁଁ ଫିଲ୍ମଟି ରିଲିଜ୍ ହେବାରେ ବିଳମ୍ବ ହୋଇଛି ।
୩୧ ମାର୍ଚ୍ଚରେ ଫିଲ୍ମ ‘ଶର୍ମା ଜୀ ନମକିନ’ ଓଟିଟି ପ୍ଲାଟଫର୍ମ ଅମେଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବାକୁ ଯାଉଛି । ଏଥିରେ ଜୁହି ଚାୱଲାଙ୍କୁ ବି ଏକ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରେ ରିଷି କପୁର ଏକ ବ୍ରିଫକେସ ଧରିଥିବା ନଜର ଆସିଛି । ମଫଲର, କଳା ପ୍ୟାଣ୍ଟ ଓ ସ୍ୱେଟର ପିନ୍ଧି ଏକ ଖାଲି ସଡ଼କରେ ହସି ହସି ଯାଉଥିବାର ଦେଖାଯାଇଛି । ଫିଲ୍ମର କାହାଣୀ ନିକଟରେ ଅବସର ନେଇଥିବା ଜଣେ ବ୍ୟକ୍ତିଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଛି ।
ସୂଚନାଯୋଗ୍ୟ, ୨୦୨୦ ଏପ୍ରିଲ ୩୦ରେ ଲ୍ୟୁକୋମିଆରେ ପୀଡ଼ିତ ଥିବା ରିଷିଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଯାଇଥିଲା ।