ଦେଶଭକ୍ତି

ଜାନୁଆରୀ ପହିଲାରୁ ହଟିବ କଟକଣା, ଶ୍ରଦ୍ଧାଳୁଙ୍କୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ

ଜାନୁଆରୀ ପହିଲାରୁ ହଟିବ କଟକଣା । ଆସନ୍ତା ଇଂରାଜୀ ନୂତନ ବର୍ଷରେ ଶ୍ରଦ୍ଧାଳୁଙ୍କୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ । ମଞ୍ଚେଶ୍ୱର ଘାଟ ପଟୁ ର୍ନିମାଣ ହେବ ଅସ୍ଥାୟୀ ରାସ୍ତା । ଏହି ରାସ୍ତା ଯୋଗେଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୀଠ ମଧ୍ୟକୁ ପ୍ରବେଶ କରି ପାରିବେ ।

ତେଣୁ ଆସନ୍ତା ୯ ତାରିଖରୁ ଏଥିପାଇଁ ଟେଣ୍ଡର ଆରମ୍ଭ ହେବ । ୧୫ତାରିଖରୁ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଡ଼ିସେମ୍ବର ୩୦ ତାରିଖରେ ଶେଷ ହେବ । ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗୁଜରାଟର ମୋର୍ବି ଝୁଲା ପୋଲ ଦୂର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଇ ଦୀର୍ଘ ଏକ ମାସରୁ ଅଧିକ ଧରି ବନ୍ଦ ରହିଛି ସାଧାରଣ ଦର୍ଶନ।

Show More

Related Articles

Back to top button