ଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନରେ ପୁଣି ଆରମ୍ଭ ହୋଇଛି ସଚିନ ପାଇଲଟ୍‌-ଅଶୋକ ଗେହଲଟଙ୍କ କଳି

ନୂଆଦିଲ୍ଲୀ: ରାଜସ୍ଥାନରେ ପୁଣି ଆରମ୍ଭ ହୋଇଛି ସଚିନ ପାଇଲଟ୍‌-ଅଶୋକ ଗେହଲଟଙ୍କ କଳି। ଗୋଟିଏ ପଟେ ସଚିନ୍ ପାଇଲଟ୍ ହାଇ କମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବିକୁ ଦୋହରାଇଥିବା ବେଳେ ଅଶୋକ ଗେହଲୋଟ୍ ତାଙ୍କୁ କଠୋରଳି ସ୍ୱରରେ ସୀମା ଭିତରେ ରହିବାକୁ ତାଗିଦ ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ। ଏବେ ପାଇଲଟ ଗୋଷ୍ଠୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସଚିନ ପାଇଲଟ ଗେହଲଟଙ୍କୁ କରିଛନ୍ତି ଟାର୍ଗେଟ୍। ଏଥିସହ କଂଗ୍ରସେ ହାଇକମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ସେ ପୁଣି ଦାବି କରିଛନ୍ତି। ଏହାର ଉତ୍ତରରେ ଗେହଲଟ୍ ମଧ୍ୟ ପାଇଲଟ୍‌ଙ୍କୁ ଦେଇଛନ୍ତି କଡା ଜବାବ। ସେ କହିଛନ୍ତି, କେସି ଭେନୁଗୋପାଲ ତାଙ୍କୁ ଅନାବଶ୍ୟକ ବିବୃତ୍ତିରୁ ଦୂରେଇ ରହିବାକୁ କହିଛନ୍ତି। ଏଭଳି ପରିସ୍ଥିତିରେ ଅନୁଶାସନର ସେହି ଶିକ୍ଷାକୁ ଧ୍ୟାନ ଦେବା ଉଚିତ। ଏଥସିହ ସୀମା ଭିତରେ ରହିବାକୁ ମଧ୍ୟ ସେ ତାଗିଦ କରିଛନ୍ତି। ଦୁଇ ନେତାଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ରାଜସ୍ଥାନ କଂଗ୍ରେସର ଅଭ୍ୟାନ୍ତରୀଣ କନ୍ଦଳ ପୁଣି ଥରେ ପଦାରେ ପଡିଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଏହାକୁ କଂଗ୍ରେସର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛି। ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ରାଜସ୍ଥାନ କଂଗ୍ରେସକୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି। ରାଜସ୍ଥାନରେ କଂଗ୍ରେସ ଭିତରେ ଥିବା କନ୍ଦଳ ଯୋଗୁଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହେଉଛି।

Show More

Related Articles

Back to top button