ଦେଶସ୍ୱତନ୍ତ୍ର

ଭୟଙ୍କର ଚେତାବନୀ ଦେଲେ ବୈଜ୍ଞାନିକ,ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ

ଭୟଙ୍କର ଚେତାବନୀ ଦେଲେ ବୈଜ୍ଞାନିକ । ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ । ଏହାର ପୂର୍ବାନୁମାନ କରାଯାଇଥିବାବେଳେ ,କେବ ହେବ ସ୍ପଷ୍ଟ କରାଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ଇଣ୍ଡିଆନ ପ୍ଲେଟ ଏବଂ ୟୁରାସିଆନ ପ୍ଲେଟ ଧକ୍କା ଯୋଗୁ ହିମାଳୟ ସୃଷ୍ଟି ହୋଇଛି ।ଲାଗାତାର ଭାରତୀୟ ପ୍ଲେଟ ଉପରେ ୟୁରାସିଆନ ପ୍ଲେଟର ଚାପ ଯୋଗୁ ଏହା ସୃଷ୍ଟି ହୋଇଛି। ପ୍ଲେଟର ତଳ ଭାଗରେ ସୃଷ୍ଟି ହେଉଥିବା ଚାପରେ ଅନିୟମିତତା ଯୋଗୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ। ଏନେଇ ଏଠାରେ ଥିବା ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିଓଲୋଜିର ବରିଷ୍ଠ ଜିଓଫିଜିକ ଅଜୟ ପାଲ ପିଟିଆଇକୁ କହିଛନ୍ତି ।

ସେ କହିଛନ୍ତି ଯେ ହିମାଳୟରେ ଚାପ ଯୋଗୁ ପ୍ଲେଟରେ ଚଳନ ଯୋଗୁ ଭୂକମ୍ପ ଏକ ସାଧାରଣ ଏବଂ ନିରନ୍ତର ପ୍ରକ୍ରିୟା ଭାବେ ଦେଖାଦେଇଛି। ସମଗ୍ର ହିମାଳୟ ଅଞ୍ଚଳ ଭୂକମ୍ପ ପ୍ରବଣ। ଏକ ବଡ଼ ଧରଣୀ ଭୂକମ୍ପ ହେବାର ସର୍ବଦା ଆଶଙ୍କା ଏଠାରେ ରହିଥାଏ। ସେ କହିଛନ୍ତି ଯେ ରିକ୍ଟର ସ୍କେଲରେ ଏହି ପ୍ରମୁଖ ଭୂକମ୍ପ ସାତ କିମ୍ବା ଅଧିକ ମ୍ୟାଗ୍ନିଚ୍ୟୁଡର ହେବାର ଆଶଙ୍କା ରହିଛି।

 

 

Show More

Related Articles

Back to top button