ଓଡ଼ିଶାପାଣିପାଗ

ଅଶାନ୍ତ ହେଉଛି ସମୁଦ୍ର, କାଲିଠୁ କୋହଲା ପାଗ ସାଙ୍ଗକୁ ଆକାଶ ରହିବ ମେଘାଛନ୍ନ

କେନ୍ଦ୍ରୀୟ ବଙ୍ଗୋପସାଗରରେ ଜାରିରହିଥିବା ଘୁର୍ଣ୍ଣିଝଡ଼ର ପ୍ରଭାବ ପରିଲକ୍ଷିତ ହେଲାଣି । ଏଥିଯୋଗୁଁ ଅଶାନ୍ତ ହେଉଛି ସମୁଦ୍ର । କୂଳରେ ପିଟିହେଉଛି ବଡ଼ ବଡ଼ ଢେଉ । ଗତକାଲିଠାରୁ କୋହଲା ପାଗ ସାଙ୍ଗକୁ ଆକାଶ ମେଘାଛନ୍ନ ରହି ପବନ ବହିବା ଆରମ୍ଭ କରିଛି। କିନ୍ତୁ ଦିନକୁ ଦିନ ଏହା ଅତି ଭୟଙ୍କର ରୂପ ଧାରଣ କରି କୂଳ ଲଙ୍ଘିବାରେ ଉପକୂଳ ପ୍ରତି ବିପଦ ସୃଷ୍ଟି କରିଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ, କିନ୍ତୁ ଆସନ୍ତାକାଲି ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ଥିବାରୁ ସମୁଦ୍ର ଆହୁରି ଅଶାନ୍ତ ହେବାର ସମ୍ଭାବନା ରହିଛି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଜଳରାଶି ଫୁଲି ଉଠି ଜୁଆର ମାଡ଼ିଆସିବା ଭୟ ରହୁଛି। ସମୁଦ୍ର ଅଶାନ୍ତ ସମୟରେ ବହୁ ସମୟରେ କେଉଟଜଙ୍ଗା ଓ ଉଦୟକଣି ନିକଟରେ ସମୁଦ୍ର କୂଳ ଲଙ୍ଘିବା ନଜିର ରହିଛି। ଏହି ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି |

Show More

Related Articles

Back to top button