ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆସିଲା ୨ୟ ରାଉଣ୍ଡ ରେଜଲ୍ଟ , ଆଗରେ ଦ୍ରୌପଦୀ

ନୂଆଦିଲ୍ଲୀ: ପ୍ରଥମ ରାଉଣ୍ଡ ଫଳ ପ୍ରକାଶ ପାଇବା ପରେ ଆସିଲା ୨ୟ ରାଉଣ୍ଡ ରେଜଲ୍ଟ । ସମସ୍ତ ସାଂସଦ ଓ ୧୦ଟି ରାଜ୍ୟର ଭୋଟ ଗଣତି ଶେଷ ହୋଇଛି । ଏହି ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ୪,୮୩,୨୯୯ ଭୋଟ୍ ମିଳିଥିବାବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୧,୮୯,୮୭୬ ଭୋଟ ।

ଆଜି ପୂର୍ବାହ୍ନ ୧୧ଟାରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା । ତେବେ ପ୍ରଥ‌ମ ରାଉଣ୍ଡ୍‌ରେ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ୍‌ ମିଳିଥିଲା । ସୋମବାର ଦିନ ଆୟୋଜିତ ଭୋଟ୍‌ ଗ୍ରହଣରେ ସମୁଦାୟ ୯୯%ରୁ ଅଧିକ ଭୋଟର୍‌ ଭୋଟ୍‌ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିସନ୍‌ ।

ଅନ୍ୟପଟେ ଦ୍ରୌପଦୀଙ୍କ ବିଜୟକୁ ଉସ୍ତାହର ସହ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ ।

Show More

Related Articles

Back to top button