
ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ ଆରମ୍ଭ । ଗୃହରେ ୧୦ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ୧୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ ୨୯ ତାରିଖରେ ଗିଲୋଟିନରେ ପାରିତ ହେବ। ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ଅନୁରୋଧ କରିଛନ୍ତି ବାଚସ୍ପତି । ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ରୀଙ୍କ ମା’ଙ୍କୁ ଉଠାଇ ନେବା, ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ । ଅନ୍ୟପଟେ ବିଜେପି କହିଛି ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିଛି । ମହିଳା ସୁରକ୍ଷିତ ନୁହେଁ, ଚୋରି, ଡକାୟତି ଚାଲିଛି । ଚାଷୀ ଆତ୍ମହତ୍ୟା ବଢୁଛି। ସରକାରୀ ତଥ୍ୟଠୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସବୁ କ୍ଷେତ୍ରରେ ସରକାର ବିଫଳ। ବିଜେବି କଲେଜ ଛାତ୍ରୀ ରୁଚିକା ପ୍ରସଙ୍ଗ ବି ଉଠାଇବ ଦଳ। ଗୃହ କାର୍ଯ୍ୟ ଅଧିକ ସମୟ ଚାଲିବ ବୋଲି ଆଶା ରଖୁଛୁ । କିନ୍ତୁ ଗୁରୁତର ପ୍ରସଙ୍ଗକୁ ସରକାର ଏଡେଇଗଲେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।