Breaking PLUSଓଡ଼ିଶାମୁଖ୍ୟ ଖବର
ରାୟଗଡା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ସେରୋ ସର୍ଭେ
ରାୟଗଡା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ। ଏଥିନେଇ ରାୟଗଡା ରେ ପହଞ୍ଚିଛନ୍ତି ନଅ ଜଣିଆ ବିଶେଷଜ୍ଞ ଟିମ । ଆଇସିଏମଆର ତରଫରୁ ଆସିଛନ୍ତି ଟିମ। ଜିଲ୍ଲାର ୧୦ ଗୋଟି କ୍ଲସ୍ଟରରେ ଛଅ ବର୍ଷର ଅଧିକ ବୟସର ଶିଶୁଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି ।

ରାୟଗଡା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ। ଏଥିନେଇ ରାୟଗଡା ରେ ପହଞ୍ଚିଛନ୍ତି ନଅ ଜଣିଆ ବିଶେଷଜ୍ଞ ଟିମ । ଆଇସିଏମଆର ତରଫରୁ ଆସିଛନ୍ତି ଟିମ। ଜିଲ୍ଲାର ୧୦ ଗୋଟି କ୍ଲସ୍ଟରରେ ଛଅ ବର୍ଷର ଅଧିକ ବୟସର ଶିଶୁଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ମୁଖ୍ୟତଃ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଯାଞ୍ଚ ପାଇଁ ଏହି ସର୍ଭେ କରାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ମୁତାବକ ଚଳିତ ବର୍ଷ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ଆଶଙ୍କା ରହିଛି ତେଣୁ ପୁର୍ବ ପ୍ରସ୍ତୁତି ଆରମ୍ଭ ହେଇଛି । ଏହି ଟିମ ଦୁଇଟି ଡୋଜ ଟୀକା ଗ୍ରହଣ କରିଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ରକ୍ତ ନମୁନାରେ କିପରି ଆଣ୍ଟିବଡି ପ୍ରସ୍ତୁତ କ୍ଷମତା ରହିଛି ସେ ନେଇ ବିଶେଷଜ୍ଞ ଟିମ ଏହି ସର୍ଭେ କରୁଛନ୍ତି । ରାୟଗଡା ସହର ସମେତ ୯ ଟି ଗ୍ରାମରେ ଏହି ସର୍ଭେ ତିନି ଦିନ ଧରି ଚାଲିବ।



