
ସରିଲା ଦବଙ୍ଗ ଖାଁ ସଲମାନଙ୍କ ‘କିସି କା ଭାଇ କିସି କାମ ଜାନ୍’ର ଶୁଟିଂ । ଆସନ୍ତା ନୂଆ ବର୍ଷ ତଥା ୨୦୨୩ରେ ହେବ ରିଲିଜ୍ । ଏନେଇ ଅଭିନେତା ପ୍ରଶଂସକଙ୍କୁ ସୂଚନା ଦେବା ସହ ନିଜର ଲୁକ୍ କୁ ଶେୟାର କରିଛନ୍ତି ।
ଶେୟାର ହୋଇଥିବା ଏହି ଫଟୋରେ ସଲମାନ କଳାରଙ୍ଗର ଜିନ୍ସ ସାଙ୍ଗକୁ ଏକ ଟି-ଶର୍ଟ ଏବଂ ଜ୍ୟାକେଟ୍ ପିନ୍ଧିଛନ୍ତି। ବିଶେଷକରି ତାଙ୍କର ଲମ୍ବା କେଶ ଚର୍ଚ୍ଚାକୁ ଆସିଛି।
ଚଳିତ ବର୍ଷ ମେ’ରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା। ମୁମ୍ବାଇ ପରେ ହାଇଦ୍ରାବାଦ ଏବଂ ଲଦାଖରେ କିଛି ଅଂଶର ଶୁଟିଂ କରାଯାଇଥିଲା। ଆସନ୍ତା ବର୍ଷ ଇଦ୍ ଅବସରରେ ଏହା ପରଦାକୁ ଆସିବ। ଫିଲ୍ମରେ ସଲମାନଙ୍କ ବ୍ୟତିତ ପୂଜା ହେଗଡେ, ଶେହନାଜ ଗିଲ, ଜସି ଗିଲ, ରାଘବ ଜୁୟାଲ, ବିଜେନ୍ଦର ସିଂହ ପ୍ରମୁଖ ଅଛନ୍ତି।



