ଦେଶସେଲିବ୍ରିଟିସ୍ୱତନ୍ତ୍ର

ଖୁବଶୀଘ୍ର ଟେଲିକାଷ୍ଟ୍ ହେବାକୁ ଯାଉଛି ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜିନ୍ ୧୩

ଖୁବଶୀଘ୍ର ସୋନି ଟିଭିରେ ଟେଲିକାଷ୍ଟ୍ ହେବାକୁ ଯାଉଛି ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜିନ୍ ୧୩ । ଏହା ପୂର୍ବରୁ ସିଜନ ୧୨ ସମାପ୍ତ ହୋଇଥିବାବେଳେ ସିଜିନ୍ ୧୩ ଆସିବାକୁ ଯାଉଛି । ଏନେଇ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରୁ ପ୍ରୋମୋ ଜାରି ହୋଇଛି । ତେବେ କେବେ ପ୍ରସାରିତ ହେବ ସେନେଇ କୌଣସି ଡେଟ୍ ସାମ୍ନାକୁ ଆସିନାହିଁ । ଫ୍ୟାନମାନେ ବହୁତ ଉତ୍ସୁକତା ସହ ଅପେଷା କରିଛନ୍ତି ।

ସେହିପରି ଏହି ପ୍ରୋମୋର କ୍ୟାପସନ ରହିଛି ପୁଣି ଥରେ ଏକାଠି ଆସିବାର ବାହାନା । ଅନ୍ୟପଟେ ଶୋ’କୁ ନେଇ ଖରାପ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ନାଟକର ଦୋକାନ ପୁଣି ଆସୁଛି’। ଆଉ ଜଣେ ଲେଖିଛନ୍ତି, ‘ସ୍କ୍ରିପ୍ଟେଡ୍‌ ରିୟାଲିଟି ଶୋ’ ପୁଣିଥରେ ଆସୁଛି’। ଜଣେ ନେଟିଜନ ଲେଖିଛନ୍ତି କି, ‘ସବୁ ମିଥ୍ୟା। ଏହି ଲୋକେ ଦେଖେଇ ହେବା ଛାଡ଼ନ୍ତି ନାହିଁ’। ଅନ୍ୟ ଜଣେ ୟୁଜର କମେଣ୍ଟ ସେକ୍ସନରେ କହିଛନ୍ତି, ‘ନେହା କକ୍କରଙ୍କୁ ହଟାଅ ଏବଂ ଶ୍ରେୟା ଘୋଷାଲଙ୍କୁ ଆଣ’। ଏହିଭଳି ଭାବେ ଲୋକେ ଶୋ’କୁ ନେଇ  ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଥାଉ କି ,  ‘ଇଣ୍ଡିଆନ ଆଇଡଲ ୧୨’କୁ ନେହା କକ୍କର, ବିଶାଲ ଦଦଲାନୀ ଓ ହିମେଶ ରେଶମିୟା ଭଳି ବଲିଉଡ୍‌ ସିଙ୍ଗରମାନେ ଜଜ୍‌ କରିଥିଲେ। ଶୋ’ ସମୟରେ ନେହା କକ୍କରଙ୍କୁ ଅନେକ ବାର କାନ୍ଦୁଥିବାର ଦେଖା ଯାଇଥିଲା, ଯେଉଁ କାରଣରୁ ସେ ବହୁଥର ଟ୍ରୋଲର ସାମ୍ନା କରିଥିଲେ।

Show More

Related Articles

Back to top button