
ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ଦୀର୍ଘଦିନ ହେବ ଲାଗିରହିଥିଲେ ମଧ୍ୟ ଏବା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଏହାରି ମଧ୍ୟରେ ଆଗକୁ ଆହୁରି ଭୟଙ୍କର ହୋଇପାରେ ଋଷ ଓ ୟୁକ୍ରେନ୍ ଯୁଦ୍ଧ ସ୍ଥିତି । କାରଣ ପାଶ୍ଚାତ୍ୟ ଦେଶରୁ ଆକ୍ରମଣ ଙ୍କା କରି ପରମାଣୁ ଆକ୍ରମଣ ପାଇଁ ଧମକ ଦେଇଛନ୍ତି ପୁଟିନ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଋଷର ସୁରକ୍ଷା ପାଇଁ ଆମେ ସବୁ ପ୍ରକାର ଅସ୍ତ୍ର ପ୍ରୟୋଗ କରିବୁ ।
ଏଥିସହ ସେନାକୁ ମଧ୍ୟ ଆଲର୍ଟରେ ରହିବାକୁ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି । ଋଷର ପାର୍ଶ୍ବବର୍ତ୍ତି ଅଞ୍ଚଳରେ ପାଖାପାଖି ୩ ଲକ୍ଷ ସେନାକୁ ସ୍ଥାନାନ୍ତର କରାଯାଇଛି । ଆମେରିକା ଓ ୟୁରୋପ ଋଷ ଉପରେ ଆକ୍ରମଣ କରିପାରନ୍ତି ବୋଲି ପୁଟିନ୍ ସନ୍ଦେହ କରିଛନ୍ତି । ଆଗକୁ ବଡ଼ ମୁକାବିଲା ହେବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।