Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

 ରାଜଧାନୀରେ ଉଦଘାଟିତ ହେଲା ସ୍କିଲ୍ ମ୍ୟୁଜିୟମ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହେଲା ସ୍କିଲ୍ ମ୍ୟୁଜିୟମ୍ । ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ୱାଲ୍ଡ ୟୁଥ୍ ସ୍କିଲ୍ ଡେ ୨୦୨୨ ଅବସରରେ ଏହା ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ସ୍କିଲ୍ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଏଥିରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓ ଭୁବନେଶ୍ୱର ଆଇଟିଆଇର କର୍ମକର୍ତ୍ତା ସମେତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ମ୍ୟୁଜିୟମରେ ପୁରୁଣା ରେଡ଼ିଓ, ଟିଭି, କ୍ୟାମେରା, ଟେଲିଫୋନ, ମୋବାଇଲ, ସିଡି, କ୍ୟାସେଟ୍, ଡିଭିଡି, ପେଟ୍ରୋମାକ୍ସ ଲାଇଟ୍ ଓ ପୁରୁଣା ଛପା ମେସିନ, ପୁରୁଣା ପୋଷାକରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ।ଏହି ଅବସରରେ ମହାମହିମ ରାଜ୍ୟପାଳ କହିଛନ୍ତି, ପୁନଃନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ ।

Show More

Related Articles

Back to top button