ହିନ୍ଦୁ ଧର୍ମରେ ବସନ୍ତ ପଞ୍ଚମୀର ବିଶେଷ ମହତ୍ତ୍ୱ, ବୁଡ ପାଇଁ ଜମିଲା ଭିଡ
ପ୍ରୟାଗରାଜ, 14 ଫେବୃଆରୀ- ମାଘ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥି ଦିନ ବିଦ୍ୟା ଓ କଳାର ଦେବୀ ମାଆ ସରସ୍ୱତୀଙ୍କୁ ବିଧିବିଧାନର ସହ ପୂଜା କରାଯାଇଥାଏ । ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ମାନ୍ୟତା ରହିଛି ଯେ, ଏହି ଦିନ ମାଆ ସରସ୍ୱତୀଙ୍କ ଜନ୍ମ ହୋଇଥିଲା । ଆଜିର ଦିନରେ ଗଙ୍ଗା ସ୍ନାନ କରି ମାଆ ସରସ୍ୱତୀଙ୍କ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ଅବସରରେ ସ୍ନାନ ପାଇଁ ମେଳା କ୍ଷେତ୍ରରେ ଭିଡ ଜମିଛି ।
ମାଘ ମେଳା ସ୍ଥିତ ଶିବିରରେ କାଶୀ ସୁମେରୁପୀଠାଧୀଶ୍ୱର ସ୍ୱାମୀ ନରେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି ଯେ, ପୌରାଣିକ ମାନ୍ୟତା ରହିଛି ଯେ, ବାଗଦେବୀ ମାଆ ସରସ୍ୱତୀଙ୍କ ଆରାଧାନା ଓ ଜ୍ଞାନର ମହାପର୍ବ ବସନ୍ତ ପଞ୍ଚମୀ ଭାବେ ଜଣାଯାଇଥାଏ । ଆଜି ଦିନରେ ଲୋକେ ଗଙ୍ଗା ସ୍ନାନ କରିବା ପରେ ସରସ୍ୱତୀଙ୍କ ଆରାଧାନ କରିଥାନ୍ତି । ଶିକ୍ଷା ପ୍ରାରମ୍ଭ ପାଇଁ ହେଉ କିମ୍ବା କୌଣସି ନୂଆ କଳାର ଶୁଭାରମ୍ଭ କରିବା ପାଇଁ ଏହି ଦିନ ବହୁତ ଶୁଭ ହୋଇଥାଏ । ଏହି ଦିନ ଲୋକେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ମାଆ ସରସ୍ୱତୀଙ୍କ ପୂଜା କରିଥାନ୍ତି ।